ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ?
ଆପଣ କʼଣ କହିବେ . . .
-
ହଁ ?
-
ନାହିଁ ?
-
କିମ୍ବା ହୋଇପାରେ ?
ବାଇବଲ କʼଣ କହେ
“ପୁନରୁତ୍ଥାନ ହେବ ।”—ପ୍ରେରିତ ୨୪:୧୫, BSI ବାଇବଲ ।
ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ
ଆପଣା ଲୋକଙ୍କୁ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସାନ୍ତ୍ୱନା ।—୨ କରିନ୍ଥୀୟ ୧:୩, ୪.
ମରିବା ଭୟରୁ ମୁକ୍ତି ।—ଏବ୍ରୀ ୨:୧୫.
ମରିଥିବା ଲୋକଙ୍କ ସହ ପୁଣି ଦେଖା ହେବାର ପ୍ରକୃତ ଆଶା ।—ଯୋହନ ୫:୨୮, ୨୯.
ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି ?
ହଁ, ଆସନ୍ତୁ ଅତି କମ୍ରେ ତିନୋଟି କାରଣ ଦେଖିବା:
-
ଈଶ୍ୱର ହିଁ ଜୀବନଦାତା । ବାଇବଲ ଯିହୋବା ଈଶ୍ୱରଙ୍କୁ “ଜୀବନର ନିର୍ଝର” କହେ । (ଗୀତସଂହିତା ୩୬:୯; ପ୍ରେରିତ ୧୭:୨୪, ୨୫) ଯିଏ ସମସ୍ତ ପ୍ରାଣୀଙ୍କର ଜୀବନଦାତା, ତାହାଙ୍କ ପାଖରେ ମରିଥିବା ଲୋକଙ୍କୁ ପୁଣିଥରେ ଜୀବନ ଦେବାର ଶକ୍ତି ରହିଛି ।
-
ଅତୀତରେ ଈଶ୍ୱର ମୃତ ବ୍ୟକ୍ତିଙ୍କୁ ଜୀବିତ କରିଥିଲେ । ବାଇବଲରେ ଏପରି ଆଠଟି ଘଟଣା ଉଲ୍ଲେଖ ଅଛି, ଯେଉଁଥିରେ ଯୁବକ, ବୃଦ୍ଧ, ପୁରୁଷ ଓ ସ୍ତ୍ରୀମାନଙ୍କୁ ଏହି ପୃଥିବୀରେ ପୁନରୁତ୍ଥାନ କରା ଯାଇଥିଲା । ସେଥିମଧ୍ୟରୁ କେତେକଙ୍କର ମରିଯାଇ କିଛି ସମୟ ହୋଇ ଥିଲା, କିନ୍ତୁ ଜଣେ ଲୋକ ମରିବାର ଚାରିଦିନ ବିତି ଯାଇଥିଲା ।—ଯୋହନ ୧୧:୩୯-୪୪.
-
ଈଶ୍ୱର ପୁଣି ଥରେ ଏହା କରିବାକୁ ବ୍ୟାକୁଳ । ମୃତ୍ୟୁକୁ ଯିହୋବା ଘୃଣା କରନ୍ତି ଓ ଏହାକୁ ଶତ୍ରୁ ପରି ଦେଖନ୍ତି । (୧ କରିନ୍ଥୀୟ ୧୫:୨୬) ସେ ମୃତଲୋକଙ୍କୁ ପୁନରୁତ୍ଥାନ କରି, ମୃତ୍ୟୁକୁ ଧ୍ୱଂସ କରିବା ସହ ଏହା ଉପରେ ଜୟ କରିବା ଚାହଁନ୍ତି । ଯିହୋବା ଈଶ୍ୱର ମରି ଯାଇଥିବା ଲୋକଙ୍କୁ ଏହି ପୃଥବୀରେ ପୁଣିଜୀବିତ ଦେଖିବା ପାଇଁ ଅତି ବ୍ୟାକୁଳ ।—ଆୟୁବ ୧୪:୧୪, ୧୫.
ଏହା ଭାବି ଦେଖନ୍ତୁ
ଆମେ କାହିଁକି ବୃଦ୍ଧା ହେଉ ଓ ମରି ଯାଉ ?
ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଆଦିପୁସ୍ତକ ୩:୧୭-୧୯ ଏବଂ ରୋମୀୟ ୫:୧୨.